ପିତା – Delhi Poetry Slam

Extended window till November 15th to submit your poetry ✍️🥇

ପିତା

By Sushant Sekhar Dash

ସୁଶାନ୍ତ ଶେଖର ଦାଶ 

କେତେ ମହାନ ମନେହେଉଥିଲା ସତେ !
ଦୂର ପାହାଡ଼ର ବିସ୍ତାରତା
ଗଗନେ ଜହ୍ନମାମୁଁର ଦୂରତା
ଆକାଶରେ ଭସା ବାଦଲ ଉଚ୍ଚତା
ହାତମେଲି ରୋକିବାକୁ ପବନରପ୍ରଖରତା
ତୁମ କାନ୍ଧରେ ବସି,
ଦୁନିଆକୁ ଚାହିଁଦେଲେ ଥରେ......
ଗୌଣ ଲାଗେ ଏସବୁର ବିସ୍ତାରତା ଆଉ ବିଶାଳତା... (01)
.

ଦୃଢ଼ ଆଶାଟିଏ ମନେ ଜାଗିଉଠୁଥିଲା
ତୁମ ହାତ ଧରି ପାଦ ଥାପିବାକୁ
ତୁମ ଛାଇ ପାଖେ ବାଟ ଚାଲିବାକୁ
ଫୁଲ କଢ଼ ସବୁ ବୃକ୍ଷେ ତୋଳିବାକୁ
ଉଡା ପ୍ରଜାପତି ଟିଏ ଧରିବାକୁ
ତୁମ କୁହୁକ ସ୍ପର୍ଶରେ,
କ୍ଷମତା ସାମର୍ଥ୍ୟ ଭରିଯାଏ ମନେ
ମନେହୁଏ ନଭେ ଉଡିବାକୁ, ଶୂନ୍ୟ ଲଙ୍ଘିବାକୁ..... (02)

ଏବେ ଉନ୍ନତ ବିକଶିତ ପ୍ରତିଷ୍ଠିତ ଆମେ
ଅସାଧାରଣ ତେଜ ଉନ୍ନତଚିତ୍ତ
ପ୍ରସ୍ପୁଟିତ ସ୍ପିତ ମର୍ଯ୍ୟାଦା ବନ୍ତ
ଐଶ୍ୱର୍ଯ୍ୟ ପ୍ରଭୂତ୍ବ ଭରା ବିଭବ ବିତ୍ତ
ଧୀଶକ୍ତି ସମ୍ପନ୍ନ ବିଜ୍ଞ ଆଦରେ ଖ୍ୟାତ
ପ୍ରାଚୁର୍ଯ୍ୟ ଭିତରେ,
ପିତୃତ୍ୱର ପରାକାଷ୍ଠା ଝୁରୁଅଛୁ ଏବେ
ତୁମ ତ୍ୟାଗ ଅବଦାନରେ ଆମେ ଆୟୁଷବନ୍ତ..... (03)

ଏଇ ପ୍ରାଚୁର୍ଯ୍ୟ ମୋହରେ ସବୁ ସନ୍ତୁଳିତ ଆମେ...
ତୁମ ହୃଦୟଟି ଖୋଜୁ ପ୍ରତି ହୃଦୟ ଭିତରେ
ପୁତ୍ର କନ୍ୟା ଭାର୍ଯା ଭଗ୍ନୀ ଭାତୃ ସହୋଦରେ
ଦୟାବନ୍ତ କ୍ଷମlଶୀଳ ସ୍ନେହୀ ଅବତାରେ
ମନ୍ଦିର ମସଜିଦ ଚର୍ଚ୍ଚ ଗୁରୁଦୁଆରରେ
ନମିଳେ ସେ ଦୃଦୟଟି,
ଦର୍ଦଭରା ମନ ଭରେ ଆର୍ଦ୍ର ବିହ୍ଵଳରେ,
ତୁମ ବିକଳ୍ପ ଖୋଜୁ ଶୂନ୍ୟ ବିକଳ୍ପ ଭିତରେ...... (04)



********ସମାପ୍ତ********


ଭୁବନେଶ୍ୱର sushant.dash1962@gmail.com


1 comment

  • Well thought and nicely coined.

    Rajendra Mohapatra

Leave a comment