ତୋ ପରି ଠାକୁର ପାଇଲି ନାହିଁ – Delhi Poetry Slam

Extended window till November 15th to submit your poetry ✍️🥇

ତୋ ପରି ଠାକୁର ପାଇଲି ନାହିଁ

By Namita Mishra

ସାରା ଜଗତରେ ବୁଲି ମୁଁ ଆସିଲି,
ତୋ ପରି ଠାକୁର ପାଇଲି ନାହିଁ ।
କଳା ତୋ ବଦନ,ଚକା ତୋ ନୟନ
ଦେଖୁଥିଲେ ମନ ପୁରୁ ତ ନାହିଁ,
ତୋ ପରି ଠାକୁର ପାଇଲି ନାହିଁ।
ବରଷକେ ଥରେ ରଥଯାତ୍ରା ରେ,
ମାଆ ପାଶେ ତୁ ତ ଯାଉଛୁ ଧାଇଁ,
ଭାଇ ଭଉଣୀ ଙ୍କୁ ନେଇଣ ସାଥେ,
ଗୁଣ୍ଡିଚା ମନ୍ଦିରେ ରହୁଛୁ ଯାଇ,
ଏମିତି ଠାକୁର ପାଇଲି ନାହିଁ।
ବାହୁଡ଼ା ରେ ପୁଣି ଫେରିଆସୁଛୁ,
ମାଉସୀର ପୋଡ଼ ପିଠାକୁ ଖାଇ,
ରସଗୋଲାଦେଇ ଲକ୍ଷ୍ମୀଙ୍କୁ ମନେଇ
ମନ୍ଦିରେ ପ୍ରବେଶ କରୁଛୁ ଯାଇ,
ଏମିତି ଠାକୁର ଦେଖିଛ କାହିଁ?
ତତେ ଛାଡିବାକୁ, ମନ ମୋ ନାହିଁ
ଆଗକୁ ପଥ ମୋ ଦେବୁ ଦେଖାଇ,
ତୋ ଠାରେ ଭରସା ରଖିଛି ମୁହିଁ
ଡାକିଲେ ଉତ୍ତର ପାଇବା ପାଇଁ,
ତୋ ପରି ଠାକୁର କେହି ତ ନାହିଁ।


Leave a comment