ତୋ ସହରରେ.. – Delhi Poetry Slam

Submit your poems to Wingword Poetry Competition 2026 ✍️🥇

ତୋ ସହରରେ..

By Monalisha Mohapatra

ଆଜି ପୁଣି ଗୋଟେ ରାତି ରହଣି ତୋ ସହରରେ
ପୁଣି ସେଇ ପୁରୁଣା ସିହରଣ ସବୁ ରକ୍ତ କଣିକାରେ
ଆଖି,ନିଦ, ସପ୍ନ ସବୁ ଏକାକାର ତୋ ସୃତିରେ
କବରୀ ମୋ ବାସେ ଆମ ପୁରୁଣା ବାସ୍ନାରେ।
ଆଜି ପୁଣି...

ଅଜଣା ମୋ ଉପସ୍ଥିତି,ତୋ ବ୍ୟସ୍ତ ଜୀବନରେ
ନିଃଶ୍ବାସ ମୋ ଅଟକିଛି ଅଜଣା ଆଶାରେ
ଆଧାର ମୋ ଓଠ ପାଖେ ବଦଳି ଯାଏ ରେ
ଯାହା ସବୁ ପ୍ରିୟ ଥିଲା ଆମ ଦିହିଁଙ୍କ ପାଖରେ।
ଆଜି ପୁଣି...

କାଞ୍ଚନ ଫୁଲ ବି ହସେ ପତ୍ର ଆଢୁଆଳରେ
ଲାଜେଇ ଯାଏ ସେ ଭାବି ଆମ ପୁରୁଣାପ୍ରେମରେ
ପକ୍ଷୀଙ୍କର କଳରବ ଫେରନ୍ତା ଦିନରେ
କହିଯାଏ କାହାଣୀ ଯା ରହିଲା ଅଧାରେ।
ଆଜି ପୁଣି...

ପବନ ଏ ମତୁଆଲା ବହିଯାଏ ମୋ ପାଖରେ
ତତେ ଛୁଇଁ ଆସିଛି ବୋଲି ଦୁଷ୍ଟାମି ସେ କରେ
ରାତି ଟା ତୋ ଭଳି ଛଳନା ଜାଣି କରେ
ବାର ବାର ତୋ ଆସିବା ପାଦ ଶବ୍ଦର ଭ୍ରମ ରେ।
ଆଜି ପୁଣି...

ଅମାନିଆ ବର୍ଷା ଅଦିନିଆ ଅସମୟରେ
ଭିଜାଇ ଗୋଟାପଣ ମତେ ନିରେଖି ଚାହେଁରେ
ସେମିତି ଭିଜାଇ ପାରିଲିନି କହେ, ଅଭିମାନରେ
ଯେମିତି ତୋ ଚାହାଣୀ ମତେ ଭିଜାଏରେ।
ଆଜି ପୁଣି...

ରାଗ କାହୁଁ ଭାସି ଆସି ଆନମନା କରେ
ମନେପଡେ ଏ ତ ଥିଲା ତୋରି ସୁର ରେ
ଜାଣେନା ମୁଁ,ଅକୁହା ଯନ୍ତ୍ରଣା ସହ୍ଯ କରେ
ଆଜି ପୁଣି ଗୋଟେ ରାତି ରହଣି ତୋ ସହରରେ।
ଆଜି ପୁଣି...


Leave a comment