ଆମ ଭାଷା ଆମ ବୈଚିତ୍ର୍ୟ – Delhi Poetry Slam

Submit your poems to Wingword Poetry Competition 2026 ✍️🥇

ଆମ ଭାଷା ଆମ ବୈଚିତ୍ର୍ୟ

By Minakshi Dwivedy

 

ଶଦ୍ଦ ର ଭାବ ବନ୍ଧନରେ 
ମାଟି ପାଣି ପବନ ରେ
ଛୁଇଁ ଯାଏ ଆମ ମାତୃଭାଷା
ଅସଂଖ୍ୟ ଉତ୍ତାପରେ ବି
ରକ୍ତ ଶୀତଳ ହୋଇଯାଏ
ଶାଦ୍ଦିକ ଜୀବନଚର୍ଯ୍ୟାରେ
ପ୍ରଷ୍ଫୁଠିତ ହୁଅନ୍ତି
କେତେ କେତେ କବିବର , ଲେଖକ ପ୍ରବର ,
ଗାଳ୍ପିକ ଏମିତି ଅନେକ
ଶଦ୍ଦ ର ବର୍ଣ୍ଣବୋଧ ରେ ସୁଦୃଢ ହୁଏ ଶୈଶବ୍ୟ
ଭାଷାର ପ୍ରତିଟି ଶଦ୍ଦ ରେ
ଅନ୍ୟମନସ୍କ ହୋଇ ଉଠନ୍ତି ସ୍ରଷ୍ଟା
ଭାଷା ହିଁ ଈଶ୍ବର
ଭାଷା ହିଁ ଶାଶ୍ବତ
ଭାଷା ହିଁ ଦରଦୀ ମନର
ରୂପାନ୍ତରିତ ପ୍ରତିଛବି,
କଳ୍ପନାର ତରଙ୍ଗରେ
ସୁନ୍ଦର ସୃଷ୍ଟି ର ହୁଏ ସର୍ଜନା
ହଜାର ହଜାର ବର୍ଷର ମୁକସକ୍ଷୀ
ଆମ ଭାଷାର ବୈଚିତ୍ର୍ୟ
ସ୍ମୃତି, ସ୍ବପ୍ନ,ଭାବନାର
ମାୟା ଜାଲରେ ଛନ୍ଦି ଯାଏ କବିର କଳ୍ପନା,
ଉତ୍ପତ୍ତି ହୁଏ
ଲୋକ ଗୀତି, ଢ଼ଗଢ଼ମାଳି,ଲୋକ କଥା
ଛନ୍ଦ, ଚମ୍ପୁ, ଭଜନ,ଜଣାଣ,
ଗୀତା, ଭାଗବତ, ପୋଥି,ପୁରାଣ,ଉପନିଷଦ
ରହିଯାଏ କଳିଙ୍ଗର ଆତ୍ମା ରେ ,
ଘର କରି ଯାଏ କଳିଙ୍ଗ ରକ୍ତରେ
ମନୁଷ୍ୟ ର ଭାବ ବିନିମୟ ରୁପାନ୍ତର
ହୁଏ ଭାଷାର ଧ୍ବନି ରେ
ଅତିକ୍ରାନ୍ତ ସମୟରେ
ମନ ଉଲ୍ଲାସରେ ବହିଯାଏ
ଶଦ୍ଦ ର ଛାଉଁଣୀ କରି
ଆମେ କଳିଙ୍ଗ
"ବଦଳେଇ ଦେବୁ ଦେଶର ଢଙ୍ଗ"
"ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ"
ତାର ସୁର ,ତାଳ,ଛନ୍ଦ, ଧ୍ବନି
ଦିବ୍ୟ ଚେତନାରେ
ନବ ଉନ୍ମାଦନା ଭରେ
ଆମର ଗୌରବ ଆମ ମାତୃଭାଷା
ନିର୍ଜିବ ରେ ଭରେ ସଂଜୀବନୀ
ଆମ ଶିଳାଲିପି,ଆମ ତାଳ ପତ୍ର ପୋଥି
ବୈଦିକ, ଭୌତିକ,ମୌଳିକ
ସଂସ୍କୃତ,ପ୍ରାକୃତ ,ଅପଭ୍ରଂଶ
ପୂର୍ବ ମଗଧୀର ନୂତନ ସଂସ୍କରଣ
ଆମ ଭାଷା ଆମ ଲିପି।
ମୂର୍ତ୍ତ,ଅମୂର୍ତ୍ତର ରୂପାୟନ
ଏକ ଅର୍ଥପୂର୍ଣ୍ଣ ବ୍ୟକ୍ତ ବାଣୀ ଆମ ଭାଷା
ପରମ୍ପରା, ସଂସ୍କୃତିର ବାର୍ତ୍ତା ବହ ଏହି ଭାଷା
ସପ୍ତମ ତାଳରେ, ସପ୍ତମ ସୁର ରେ ସପ୍ତମ ରଙ୍ଗରେ
ମନର ଆବେଗ , ଉଚ୍ଛ୍ୱାସ
ସନ୍ତର୍ପଣରେ ଆଲିଙ୍ଗନ କରେ ଆମ ଭାଷା।।



ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ


Leave a comment